Latest Odisha News

BREAKING NEWS

ରାଜ୍ୟରେ ୬୫୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ୬୫୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୭୪ ଜଣ ଓ ୨୬୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ରାଜ୍ୟର ସଂକ୍ରମିତ ତାଲିକାର ଏକ ନମ୍ୱର ସ୍ଥାନରେ ଥିବା ଖୋର୍ଦ୍ଧାରେ କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ୬୨ ଜଣ । କେନ୍ଦୁଝରରୁ ସର୍ବାଧିକ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରେ ଏହି ସଂଖ୍ୟା ରହିଛି ୬୯ । ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୬୬ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ବାକି ୨୬ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୧କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ୩ ଲକ୍ଷ ୬ ହଜାର ୭୨୬ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ସୁସ୍ଥ ହାର ରହିଛି ୯୭ ପ୍ରତିଶତରୁ ଅଧିକ । ଆକ୍ଟିଭ୍ କେସ୍ ୬ ହଜାର ୮୨୧କୁ ଖସିଛି ।

Leave A Reply

Your email address will not be published.