ଜୟପୁର: ଜୟପୁର ଟାଉନଥାନା ପୋଲିସ ପକ୍ଷରୁ ବଡ଼ ଧରଣ ଡ଼କାୟତି ଯୋଜନା ପଣ୍ଡ ହୋଇଛି । ଡକାୟତି ଉଦ୍ୟମ, ଲୁଟ, ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୪ଟି ମାମଲାରେ ୧୪ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଜି ଟାଉନ ଥାନାରେ ଅତିରିକ୍ତ ଏସପି ଅମ୍ବିତ ମହାନ୍ତି ଓ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ଡ଼ିଆଇଜି ଓ ଏସପିଙ୍କ ନିଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଛି I
ଡକାୟତି ନିମନ୍ତେ ପ୍ରସ୍ତୁତି ହେଉଥିବା ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତ ଗୋପବନ୍ଧୁ ନଗର ଶିବ ସୁନା (୨୮), ଓଡ଼ିଆ ମେଦ୍ରୀ ସାହିର ସୁନିଲ ପରଜା ଓରଫ ଲାଲୁ (୨୧) ଓ ହରି ନାୟକ (୨୨), ଜୟନଗରର ସୁରେଶ ହରିଜନ (୨୫), ପ୍ରସାଦରାଓ ପେଟା ୪ର୍ଥ ଲାଇନର ଟି.ମଣିକଣ୍ଠା (୨୬) ଏବଂ ଯମୁନାଗୁଡାର କାର୍ତ୍ତିକ ଖୁଦ (୨୬) ।
ସେହିପରି ଜୋରଜବରଦସ୍ତ ଦାଦାବଟି ଆଦାୟ ମାମଲାରେ ୪ ଗିରଫ ଅଭିଯୁକ୍ତ ମାନେ ହେଲେ ବାପୁଜୀ ନଗରର ବିଜୟ ନାୟକ (୧୮), ଏଲଆଇସି କୋଲନୀର ଶୁଭମ ବିଶୋୟୀ (୨୨), ନୂଆଗୁଡାର ରାଜ କୁମାର କାକଡି (୨୩), ଛୋଟାଗୁଡାର ଇଶ୍ବର ଛେଟିଆ (୨୮)। ଚାଷୀଙ୍କ ୧ ଲକ୍ଷ ଟଙ୍କା ଲୁଟ କରିଥିବା ମାମଲାରେ ୨ ଅଭିଯୁକ୍ତ ବାପୁଜୀ ନଗରର ରାମନାଥ ସୁନା (୨୭) ଓରଫ ନକରା ଏବଂ ଗୋପବନ୍ଧୁ ନଗରର ରାଜୀବ ଖିଲ (୨୪) ।
ସେହିପରି ବାଇକ ଚାଳକଙ୍କୁ ଅଟକାଇ ୨୦ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଜୟପୁର ସଦରଥାନା କଳାଗୁଡାର ଶଙ୍କର ଗରଡା (୧୯) ଏବଂ ରୋହିତ ହିଆଲ (୨୨)ଙ୍କୁ ଗିରଫ କରାଯାଇଛି । ସମସ୍ତ ୧୪ ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଡକାୟତି ପ୍ରସ୍ତୁତି ମାମଲାରେ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ଛୁରା, ଖଣ୍ଡା, ଲୁହା ରଡ, ଟର୍ଚ୍ଚ, ମରିଚ ଗୁଣ୍ଡ, ୩ଟି ବାଇକ ଜବତ କରାଯାଇଛି । ସେହିପରି ୨ୟ ଘଟଣାରେ ଦାଦାବଟି ଆଦାୟ କରୁଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ପରିବା କଟ ଛୁରା ଏବଂ ୫ଶହ ଟଙ୍କା ଜବତ କରାଯାଇଛି ।
ଗତ ଜୁଲାଇ ୩ ତାରିଖରେ ହାଡିଆ ଗ୍ରଆମର ଚାଷୀ କମଳଲୋଚନ ଭତ୍ରାଙ୍କ ଠାରୁ ଲକ୍ଷ ଟଙ୍କା ଲୁଟ ମାମଲାରେ ଅଭିଯୁକ୍ତ ନିକଟରୁ ଗୋଟିଏ ସ୍କୁଟି (ଓଡି୨୪-ଏ-୩୮୪୦) ଏବଂ ଲୁଟ ଟଙ୍କା ମଧ୍ୟରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ଯମୁନାଗୁଡା କେନାଲ ରାସ୍ତାରେ ଗତ ଜୁଲାଇ ୨୩ ତାରିଖ ସଂଧ୍ୟା ସାଢେ ୮ ସମୟରେ ଜୟପୁର ପୁରୁଣାଗଡର ବାସିନ୍ଦା ମୋହିତ କୁମାର ପାତ୍ର ନିଜ ବାଇକ ଯୋଗେ ଜୟପୁର ନିଜ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ ।
ଏହି ମାମଲାରେ ଗରିଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୫ ହଜାର ଟଙ୍କା ଏବଂ ଲୁଟ୍ ମୋବାଇଲ ଜବତ କରାଯାଇଛି ବୋଲି ଜୟପୁର ଟାଉନଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଏବଂ ଏସ.ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଟାଉନଥାନା ପୋଲିସ ପକ୍ଷରୁ ଏକ ବଡ ଧରଣର ଅପରେସନ ଆରମ୍ଭ କରାଯାଇ ଅପରାଧି, ଲୁଟେରା, ଚୋର ଓ ଡକାୟତ ମାନଙ୍କୁ କାବୁ କରାଯାଇଥିବା ବେଳେ ଆଗକୁ ମଧ୍ୟ୍ୟ ଚଢ଼ାଉ ଜୋର ସୋର କରାଯିବ ବୋଲି ସୂଚନା ଦିଆଯାଇଛି ।
Comments are closed.