Latest Odisha News

BREAKING NEWS

୪ ଜିଲ୍ଲା ଓ ରାଉରକେଲା ସହର ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା । ଏଥିପାଇଁ କରୋନା ମୁକାବଇଲା ଲାଗି ରାଜ୍ୟ ସରକାର ନୂଆ ଗାଇଡାଲଇନ୍ ଜାରି କରିଛନ୍ତି । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ଓ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁ୍‌କ୍ରବାର ରାତି ୪ରୁ ଜୁଲାଇ ୩୧ ମଧ୍ୟରାତ୍ରୀ ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ଏହି ଲକଡାଉନ୍ କଟକଣାରୁ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ଯେତିକି ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ରାଉରକେଲା ମ୍ୟୁନିସପାଲଟି ଓ ଅନ୍ୟ ୪ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା,କଟକ ଓ ଯାଜପୁର ଜିଲ୍ଲାରେ ଶତପ୍ରତିଶତ ଅଂଚଳରେ ୬୬ ପ୍ରତିଶତ ସଂକ୍ରମିତ ମାମଲା ଚିହ୍ନଟ ହେଉଥିବାରୁ ଏସବୁ ଅଂଚଳରେ ସରକାର କେତେକ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.