Latest Odisha News

BREAKING NEWS

ୟୁଟ୍ୟୁବରେ ଏବେ ଏଚଡ଼ି ଭିଡିଓ ଦେଖିପାରିବେ, ଲକଡାଉନ୍ ରେ ବନ୍ଦ ହୋଥିଲା ଏହି ସୁବିଧା

ନୂଆଦିଲ୍ଲୀ: ମାର୍ଚ୍ଚଠାରୁ ଲକଡାଉନ୍ ସମୟରେ ୟୁଟ୍ୟୁବ୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ହାଇ-ଡେଫିନେସନ୍ (ଏଚଡ଼ି ) ଷ୍ଟ୍ରିମିଂ ବନ୍ଦ ହୋଇଯାଇଥିଲା। ଇଣ୍ଟରନେଟ୍ ବ୍ୟବହାର ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ୟୁଟ୍ୟୁବରେ ଏଚଡ଼ି ଷ୍ଟ୍ରିମିଂ ଫେରିଛି | ଉପଭୋକ୍ତାମାନେ ବର୍ତ୍ତମାନ ୟୁଟ୍ୟୁବ୍ ମୋବାଇଲରେ ଏଚଡ଼ି ଭିଡିଓ ଦେଖିପାରିବେ | ଏଚଡ଼ି ବନ୍ଦ ହେବା ପରେ ଉପଭୋକ୍ତାମାନେ ସର୍ବାଧିକ ଏସଡି(୪୮୦ ପିକ୍ସେଲ) ରେ ଭିଡିଓ ଦେଖିବାକୁ ମିଳୁଥିଲା |


ଯଦିଓ ୟୁଟ୍ୟୁବ୍ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି କିନ୍ତୁ ଏଥିରେ ଏକ ସର୍ତ୍ତ ଅଛି | ସର୍ତ୍ତ ହେଉଛି ଉପଭୋକ୍ତାମାନେ ବର୍ତ୍ତମାନ କେବଳ ୱାଇ-ଫାଇ ନେଟୱାର୍କରେ ଏଚଡ଼ି ଭିଡିଓ ଦେଖିପାରିବେ | ମୋବାଇଲ୍ ନେଟୱାର୍କ ରେ ଏହା ବନ୍ଦ ଅଛି | ଉପଭୋକ୍ତାମାନେ ୱାଇ-ଫାଇ ନେଟୱାର୍କରେ ୭୨୦ପି, ୧୦୮୦ପି, ଏବଂ ୧୪୪୦ପି ରେ ଭିଡିଓ ଦେଖିପାରିବେ | ପୂର୍ବରୁ, ୧୪୪ପି, ୨୪୦ପି, ୩୬୦ପି ଏବଂ ୪୮୦ପି ର ବିକଳ୍ପ ଉପଲବ୍ଧ ଥିଲା |

ଅଧିକାଂଶ କମ୍ପାନୀ ଲକଡାଉନ୍ ସମୟରେ ଘରୁ କାମ କରୁଥିବା କଥାକୁ ଦୃଷ୍ଟିରେ ରଖି ଇଣ୍ଟରନେଟର ବ୍ୟାଣ୍ଡୱିଡଥ୍ ସଞ୍ଚୟ କରିବାକୁ ଅନେକ କମ୍ପାନୀ ଏସଡି ବିଷୟବସ୍ତୁ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ, ଯଦିଓ ବର୍ତ୍ତମାନ ୟୁଟ୍ୟୁବ୍ ଏହାର ନିଷ୍ପତ୍ତି ବଦଳାଇଛି। ଆମାଜନ ପ୍ରାଇମ ଭିଡିଓ, ଡିଜନି + ହଟଷ୍ଟାର ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। ଏହି ପ୍ଲାଟଫର୍ମଗୁଡିକରେ ଏବେବି ଏସଡି ବିଷୟବସ୍ତୁ ଦେଖିବାକୁମିଳୁଛି |

Leave A Reply

Your email address will not be published.