Latest Odisha News

BREAKING NEWS

ପ୍ରଶାସନର କଡା ପଦକ୍ଷେପ; ହଟସ୍ପଟ ଜିଲ୍ଲାରୁ କଟକ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏବେ କରୋନା ହଟସ୍ପଟ ଜିଲ୍ଲାରୁ କଟକକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ।

ଏସମ୍ପର୍କରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ କରୋନା ହଟସ୍ପଟ ଅଞ୍ଚଳ କିମ୍ବା ଅନ୍ୟ ରାଜ୍ୟ ତଥା ବିଦେଶରୁ କେହି ବ୍ୟକ୍ତି କଟକ ଜିଲ୍ଲାକୁ ଆସୁଛନ୍ତି, ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡିବ।

ଏହାଛଡା ଯଦି କେହି ବ୍ୟକ୍ତି ନିୟମର ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କଟକ ଜିଲ୍ଲାରେ ମୋଟ୍ ୯୪୧ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ୨୮୯ ସକ୍ରିୟ ମାମଲା ରହିଛି । ଏହାଛଡା ୬୪୪ ଜଣ ସୁସ୍ଥ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.