Latest Odisha News

BREAKING NEWS

ମୁମ୍ବାଇର ଧାରାଭୀ ବସ୍ତି କରୋନା ମୁକାବିଲାରେ ବିଶ୍ୱ ପାଇଁ ମଡେଲ

ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ ହାରିଛି କରୋନା ।

ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି, ସାରା ଦୁନିଆରେ କରୋନା କାୟା ବିସ୍ତାର କରି ଚାଲିଛି । ତଥାପି ଅନେକ ଉଦାହରଣ ଅଛି ଯେଉଁଠି କରୋନାକୁ ବି କରାୟତ କରାଯାଇଛି । ଏଭଳି ଉଦାହରଣ ଭିତରେ ଇଟାଲୀ, ସ୍ପେନ୍, ଦକ୍ଷିଣ କୋରିଆ ସମେତ ମୁମ୍ୱାଇର ଧାରାଭୀ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସ୍ଂ, ସାମାଜିକ ଦୂରତା ଓ ଆକ୍ରାନ୍ତଙ୍କ ତୁରନ୍ତ ଚିକିତ୍ସା କାରଣରୁ ଧାରାଭୀର ଲୋକ କରୋନା ଲଢ଼େଇ ଜିତି ପାରିଛନ୍ତି । ଏହି ସଫଳତା ପାଇଁ ନେତୃତ୍ୱ, ଏକତା ଓ ସମସ୍ତଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇପାରିଲା ।

ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦେଇଥିବା ସୂଚନା ଅନୁସାରେ ଗତକାଲି ଧାରାବୀରେ ମାତ୍ର ୧୨ଟି ପଜିଟିଭ୍ କେସ୍ ବାହାରିଥିଲା । ସେଠାରେ ସୁସ୍ଥଙ୍କ ସଂଖ୍ୟା ଦ୍ରୁତ ବଢୁଥିବା ବେଳେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ କମିବାରେ ଲାଗିଛି ।

Leave A Reply

Your email address will not be published.