Latest Odisha News

BREAKING NEWS

ରାଜ୍ୟ ପୋଲିସର ୧୪ ଜଣ ଡିଏସ୍‌ପିଙ୍କର ଅତିରିକ୍ତ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ପୋଲିସର ୧୪ ଜଣ ଡିଏସପିଙ୍କର ଅତିରିକ୍ତ ଏଏସପି ପାହ୍ୟାକୁ ପଦୋନ୍ନତି। ଏହା ସହ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।ଏନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ସୂଚନା ମିଳିଛି।ରାଉରକେଲା ପିସିଆର୍ ସେଲ୍ରେ ଡିଏସ୍ପି ଥିବା ଅସିମ କୁମାର ପଣ୍ଡାଙ୍କର ପଦୋନ୍ନତି ପରେ ବ୍ରହ୍ମପୁର ଆଇୟୁସିଏଡବ୍ଲୁକୁ ଏଏସ୍ପି ଭାବେ ବଦଳି ହୋଇଛି ।

ପିଟିସି ଅନୁଗୁଳରେ ଡିଏସ୍ପି ଥିବା ଦୁଃଖବନ୍ଧୁ ବିଶ୍ୱାଳଙ୍କର ବିପିଏସ୍ପିଏ ଭୁବନେଶ୍ୱରକୁ ବଦଳି ହୋଇଥିବା ବେଳେ ସେ ଡେପୁଟେସନ୍ରେ ପିଟିସି ଅନୁଗୁଳରେ ଏସପି କାମ କରିବେ । ଗୁଇନ୍ଦା ଅନୁଷ୍ଠାନର ଡିଏସ୍ପି ମହେଶ୍ୱର ସେଠୀ ବଦଳି ପରେ ଭିଜିଲାନ୍ସ ଅନୁଷ୍ଠାନରେ ଏଏସ୍ପି ନିଯୁକ୍ତ ହୋଇଛନ୍ତି । ରାଉରକେଲାରେ ଡିଏସପି ମୁଖ୍ୟାଳୟର ସାଇରିଲ ସୋରେଙ୍ଗ ବରଗଡ଼ରେ ଆଇୟୁସିଏଡବ୍ଲୁର ଏଏସ୍ପି ହୋଇଛନ୍ତି ।

ଭିଜିଲାନ୍ସ ଡିଏସ୍ପି ସରୋଜ କୁମାର ସାମଲ ସେହିଠାରେ ଏଏସପି ପଦୋନ୍ନତି ପାଇଛନ୍ତି । କେନ୍ଦୁଝର ମୁଖ୍ୟାଳୟର ଡିଏସ୍ପି ଲଳିତ କୁମାର ପଟ୍ଟନାୟକ ଗୁଣୁପୁର ଏଏସ୍ପି ନିଯୁକ୍ତି ସହିତ ରାୟଗଡ଼ା ମୁଖ୍ୟାଳୟ ଦାୟିତ୍ୱରେ ମଧ୍ୟ ରହିବେ ।ପୁରୀ ମୁଖ୍ୟାଳୟରେ ଡିଏସ୍ପି ଥିବା ସୁନୀଲ କୁମାର ନନ୍ଦ ଏଏସ୍ପି ସ୍ପେଶାଲ୍ ବ୍ରାଞ୍ଚକୁ ବଦଳି ହୋଇଛନ୍ତି । ସ୍ପେସାଲ୍ ବ୍ରାଞ୍ଚରେ ଡିଏସ୍ପି ଥିବା ଯଶୋବନ୍ତ ସାମଲ ସେହିଠାରେ ଏଏସ୍ପି ହୋଇଛନ୍ତି । ଅନୁଗୁଳ ଆଇୟୁସିଏଡବ୍ଲୁ ଡିଏସ୍ପି ରବୀନ୍ଦ୍ର ନାଥ ଶତପଥୀ ଭୁବନେଶ୍ୱର ବିପିଏସ୍ପିଏରେ ଏଏସପି ହୋଇଛନ୍ତି । କମିସନରେଟ୍ ପୋଲିସ ଏସିପି ଥିବା ପ୍ରକାଶ ଚନ୍ଦ୍ର ପାଲ୍ ସେହିଠାରେ ଏଡିସିପି ହୋଇଛନ୍ତି ।

କମିସନରେଟ୍ରେ ଏସିପି ଥିବା ସୁବାସ ଚନ୍ଦ୍ର ପଣ୍ଡା ଭୁବନେଶ୍ୱରର ସିଏଡବ୍ଲୁ ଓ ସିଡବ୍ଲୁର ଅତିରିକ୍ତ ଏସ୍ପି ହୋଇଛନ୍ତି । କଳାହାଣ୍ଡିରେ ମୁଖ୍ୟାଳୟ ଡିଏସ୍ପି ନାରାୟଣ ନାୟକ ଉତ୍ତରାଞ୍ଜଳ ଡିଆଇଜିଙ୍କ କାର୍ୟ୍ୟାଳୟରେ ଏଏସ୍ପି ହୋଇଛନ୍ତି । ବ୍ରହ୍ମପୁରରେ ଏଏସ୍ପି ଥିବା ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସ୍ପେସାଲ୍ ବ୍ରାଞ୍ଚକୁ ବଦଳି ହୋଇଛି । ଗଞ୍ଜାମରେ ଏଏସ୍ପି ଥିବା ରମେଶ ଚନ୍ଦ୍ର ସେଠୀଙ୍କ ବ୍ରହ୍ମପୁର ବଦଳି ହୋଇଛି ବୋଲି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି

Leave A Reply

Your email address will not be published.