Latest Odisha News

BREAKING NEWS

ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ, କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ବାଲେଶ୍ୱର : ବାଲେଶ୍ୱରର ଜଳେଶ୍ୱର କୋର୍ଟରେ ୧୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗୁରୁବାର ଜଳେଶ୍ୱର କୋର୍ଟରେ କାମ କରୁଥିବା ୧୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଗତ କାଲିଠାରୁ ଆଇନଜୀବୀ ମାନେ କୋର୍ଟକୁ କାର୍ଯ୍ୟ କରିବା ପାଇଁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

କୋର୍ଟକୁ ଯାଇଥିବା କର୍ମଚାରୀ ମାନେ କ୍ୱାରେନଟାଇନରେ ରହିବା ପାଇଁ କୁହାଯାଇଛି । ଅନ୍ୟପଟେ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ଆଇନଜୀବୀ ସଂଘ ଦାବି କରିଛନ୍ତି । ରାଜ୍ୟପରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Comments are closed, but trackbacks and pingbacks are open.