Latest Odisha News

ଚାନ୍ଦିପୁରରୁ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ସକାଳ ୧୦ଟା ୪୫ ମିନିଟରେ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ହେଉଛି ବ୍ରହ୍ମୋସର ନୂଆ ଭର୍ସନ ମିସାଇଲ୍ ।

ଉଭୟ ଭୂପୃଷ୍ଠ ଓ ଜଳପଥରେ ହାଜାହରୁ ଏହାକୁ ଉତକ୍ଷେପଣ କରାଯାଇ ପାରୁଛି । ଭାରତୀୟ ସେନାରେ ସାମିଲ ହୋଇଛି ବ୍ରହ୍ମୋସ୍ ମିସାଇଲ୍ । ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୦.୬ ମିଟର । ପାଖାପାଖି ୫୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କ୍ଷମତା ରହିଛି ବ୍ରହ୍ମୋସ୍ ମିସାଇଲ୍ ।

Comments are closed, but trackbacks and pingbacks are open.