Latest Odisha News

BREAKING NEWS

ସୁରକ୍ଷିତ ଉଦ୍ଧାର ହେଲେ ସମୁଦ୍ର ମଝିରେ ଫସିଥିବା ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଯୋଗୁଁ ବୋଟ୍‌ ସହ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ମାନେ । ଆଜି ସକାଳୁ ଏପରି ଘଟଣା ଘଟିଛି ।

ଆଜି ସକାଳେ ଗୋଟିଏ ମାଛ ଧରା ବୋଟ୍‌ ଟି ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା । ଏହାକୁ ଉଦ୍ଧାର ପାଇଁ ଯାଇଥିବାବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ଅଚଳ ବୋଟ୍‌ କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ିଟି ଛିଣ୍ଡି ଯାଇ ପଙ୍ଖାରେ ଲାଗିଯିବାରୁ ଉଦ୍ଧାରକାରୀ ବୋଟ୍ ଟି ଫସିଯାଇଥିଲା । ଫଳରେ ସେଥିରେ ଥିବା ୧୪ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସିଯାଇଥିଲେ ।

ଖବରପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୋଲିସ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏବେ ସମସ୍ତ ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.