Latest Odisha News

BREAKING NEWS

ଘର ଛାତ ଉପରୁ ୧୪ ଫୁଟର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଘର ଛାତ ଉପରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା କପିଳାସ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଦହିମାଳା ଶବର ସାହି ଅଞ୍ଚଳରେ ଥିବା କମଳା ଦେହୁରୀଙ୍କ ବାସଭବନର ଆଜବେଷ୍ଟସ ଛାତ ଉପରେ ଏହି ଅହିରାଜ ସାପକୁ ଦେଖିବାକୁ ମିଳିଥିଲା।

ଖବର ପାଇ ବଣୟାକ ଫାଉଣ୍ଡେସନର ସଦସ୍ୟମାନେ ତୁରନ୍ତ ଗାଁରେ ପହଞ୍ଚି ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପ୍ରାୟ ୮ କେଜି ଓଜନର ଏହି ବିଷଧର ସାପଟିକୁ ପରେ କପିଳାସ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। କମଳା ଦେହୁରୀଙ୍କ ଘରୁ ଉଦ୍ଧାର ହୋଇଥିବା ଏହି ସାପଟି ବୟସ୍କ ବୋଲି ଜଣାପଡ଼ିଛି। ବଣୟାକ ଫାଉଣ୍ଡେସନର ଜଣେ ସଦସ୍ୟ କହିଛନ୍ତି ଯେ, ଖାଦ୍ୟ ଅନ୍ୱେଷଣରେ ସାପଟି ଗାଁ ଭିତରକୁ ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅହିରାଜ ବିଶ୍ୱର ଅନ୍ୟତମ ଦୀର୍ଘତମ ବିଷଧର ସାପ। ଛାତ ଉପରୁ ଏହି ସାପଟି ଉଦ୍ଧାର ହେବା ପରେ ଘର ଲୋକ ଗୋଟିଏ ବଡ ବିପଦରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.