Latest Odisha News

BREAKING NEWS

ଆଫଗାନିସ୍ତାନରେ ସମସ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି । ଆଇନ ମନ୍ତ୍ରୀ ଅବଦୁଲ ହକିମ ଶେରାଇ ଏହା ଘୋଷଣା କରିଛନ୍ତି । ଶାରିୟା ନିୟମ ଅନୁସାରେ ରାଜନୈତିକ ଦଳର କୌଣସି ଭୂମିକା ନାହିଁ । ଏହା ମତଭେଦ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି । କୁରାନର ନିୟମ ଅନୁସାରେ ସବୁ କିଛି ଚାଲିବ । ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତା ହାତେଇଥିଲା । ତାଲିବାନ ସରକାରଙ୍କ ଏହି ନିଷ୍ପତିକୁ ଆନ୍ତର୍ଜାତୀୟସ୍ତରରେ ସମାଲୋଚନା କରାଯାଇଛି ।

ପୂର୍ବରୁ ଅରାଜକତା, ଶିକ୍ଷା, ମହିଳା ନିର୍ଯ୍ୟାତନା ଓ ମାନବିକ ଅଧିକାର ଉଲ୍ଲଂଘନ ନେଇ ତାଲିବାନ କାହାର ବିଶ୍ୱାସଭାଜନ ହୋଇପାରି ନାହିଁ । ଅନ୍ୟ ଦେଶଗୁଡିକ ମଧ୍ୟ ଫଣ୍ଡ ଯୋଗାଇବାକୁ ମନା କରି ଦେଇଛନ୍ତି । ଆର୍ଥୀକ ଅନାଟନରେ ଚଳୁଥିବା ଆଫଗାନିସ୍ତାନ କିପରି ସାଧାରଣ ଜନତାଙ୍କୁ ଭଲ ଜୀବନ ଯାପନ ପ୍ରଦାନ କରିବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.