ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ(କୋଭିଡ-୧୯)ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖ ଅର୍ଥାତ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଲାଗିବ ।
ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢ଼ୁଥିବା ଦେଶର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ପାଇଁ ସେଦିନ ତାଳି ମାରି, ଥାଳି ଓ ଘଣ୍ଟି ବଜାଇ ଧନ୍ୟବାଦ ଜଣାଇବା ବୋଲି ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ହସ୍ପିଟାଲରେ ଭିଡ କରିବା ନାହିଁ । ଯଦି ସମ୍ଭବ ଏହା ବଦଳରେ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବା । ଦେଶରେ କ୍ଷୀର, ଔଷଧ ଓ କିରାଣୀ ଜିନିଷର ଅଭାବ ହେବ ନାହିଁ ବୋଲି ସେ ସୁନିଶ୍ଚିତ କରିଛନ୍ତି ।
Comments are closed.