Latest Odisha News

BREAKING NEWS

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୧୪ କେଜି ଗଞ୍ଜେଇ ଜବତ

ବରଗଡ: ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ । ଗିରଫ ଯୁବକ ମାନେ ହେଲେ ଝାରଖଣ୍ଡ ଅଞ୍ଚଳର ପ୍ରଦୀପ ମୁଣ୍ଡା ଏବଂ ଧର୍ମୁ ମୁଣ୍ଡା ।

ଖବର ମୁତାବକ, ଆଜି ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବରପାଇ ବରଗଡ଼ ଟାଉନ ଥାନା ପୋଲିସ ଜଗି ରହିଥିଲା । ଏହି ସମୟ ମଧ୍ୟରେ ଗଣେଶ ମନ୍ଦିର ନିକଟରୁ ପୁଲିସ ଉପରୋକ୍ତ ଦୁଇ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ୭ ଟି ପ୍ୟାକେଟରେ ଥିବା ପ୍ରାୟ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା ।

ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଅଣାଯାଇଥିବା ବେଳେ ତାହା ଝାଡଖଣ୍ଡକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.