ପାକିସ୍ତାନ: କ୍ୱେଟା (Quetta)ରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP) ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାର ସମାପ୍ତି ପରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି ।
ଏକ୍ସପ୍ରେସ ଟ୍ରିବ୍ୟୁନ୍ ଅନୁଯାୟୀ, ସର୍ଦ୍ଦାର ଆତାଉଲ୍ଲାହ ମେଙ୍ଗାଲଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମର ସମାପ୍ତି ସମୟରେ ଶାହୱାନୀ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ଘଟିଥିଲା ।
ବେଲୁଚିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ବଖ୍ତ ମହମ୍ମଦ କାକର ମୃତ ଏବଂ ଆହତଙ୍କ ସୂଚନା ଦେଇଛନ୍ତି ।
ପୋଲିସ ଅନୁସାରେ, ପ୍ରାରମ୍ଭିକ ସୂଚନା ଅନୁଯାୟୀ ଆକ୍ରମଣର ଟାର୍ଗେଟ ବିଏନପି ନେତା ଅଖତର ମେଙ୍ଗାଲ ଥିଲେ।
Thank you for your prayers and messages. Alhumdulillah I am safe, but deeply heartbroken at the loss of our workers. Around 15 have been martyred and many injured. They stood by me and gave their lives for our cause. Their sacrifice will never be forgotten. May Allah grant them…
— Akhtar Mengal (@sakhtarmengal) September 2, 2025
ଆକ୍ରମଣରେ ମେଙ୍ଗାଲ ସୁରକ୍ଷିତ ରହିଛନ୍ତି । ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ଅଧିକାରୀମାନେ ଏବେ ବି ବିସ୍ଫୋରଣର ତଦନ୍ତ କରୁଛନ୍ତି।
ବିଏନପି ମୁଖପାତ୍ର ସାଜିଦ ତାରିନ ଗଣମାଧ୍ୟମକୁ କହିଛନ୍ତି ଯେ ଅଖତର ମେଙ୍ଗାଲଙ୍କ କାଫିଲା ଘଟଣାସ୍ଥଳ ଅତିକ୍ରମ କରିବାର କିଛି ସମୟ ପରେ ଘଟିଥିବା ବିସ୍ଫୋରଣରେ ୧୩ ଜଣ ଦଳୀୟ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଶାନ୍ତିର ଶତ୍ରୁମାନଙ୍କର ଏକ କାପୁରୁଷ କାର୍ଯ୍ୟ ବୋଲି କହିଛନ୍ତି।
Comments are closed.