କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ । କିଛି ଦିନ ବ୍ୟବଧାନ ପରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଏହି ରେଳ ଷ୍ଟେସନରୁ ୧୪ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବାହାରକୁ ଚାଲାଣ କରୁଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।
ଉଦ୍ଧାର ଦାଦନ ଶ୍ରମିକମାନେ ଲାଠୋର ଓ ପାଟଣାଗଡ଼ ଥାନା ଅଞ୍ଚଳର ବିଛିଲିବାହାଲ ଏବଂ ଯୋଗିମୁଣ୍ଡା ଗାଁର । ଉଦ୍ଧାରଙ୍କ ମଧ୍ୟରେ ୪ ପୁରୁଷ, ୮ ମହିଳା ଓ ୨ ଜଣ ଛୋଟ ଛୁଆ ଅଛନ୍ତି ।
ଉଦ୍ଧାର ଶ୍ରମିକମାନଙ୍କ ପାଖରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାର କୌଣସି କାଗଜ ପତ୍ର ନଥିଲା । ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି ।
ଦାଦନ ସର୍ଦ୍ଦାର କଣ୍ଟାବାଞ୍ଜି ଷ୍ଟେସନରୁ ରାତି ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରିବାର ଥିଲା । ହେଲେ କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡି ଯାଇଥିଲେ ।
Comments are closed.