ଗତ ରାତିରେ ପୁରୀରୁ କଲିକତା ଅଭିମୁଖେ ଯାଉଥିଲା ଓଏସଆରଟିସି ବସ୍। ଓଏସଆରଟିସି ବସରେ ଦୁଇଜଣ ଡ୍ରାଇଭର ଥିଲେ । ପ୍ରମୋଦ ନାମକ ଓଏସଆରଟିସି ବସ୍ ଡ୍ରାଇଭର ଜଣକ ଫ୍ରେସ ହେବା ପାଇଁ ଗାଡ଼ି ଛିଡ଼ା କରି ତଳକୁ ଓହ୍ଲାଇଥିଲେ । ସେହି ସମୟରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାରେ ପରିବାର ଲୋକ ଆଜି ଓଏସଆରଟିସି ଅଫିସ୍ ଆଗରେ ଡ୍ରାଇଭରଙ୍କ ମୃତଦେହ ରଖି ପ୍ରତିବାଦ କରିଛନ୍ତି । ପରିବାର ଲୋକଙ୍କ ଦାବି ହେଉଛି କି ପରିବାରକୁ କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦିଆଯାଉ ।
ସୂଚନାଥାଉକି, ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଦୁର୍ଘଟଣାରେ ପ୍ରମୋଦ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ଗ୍ରାମର।
ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.