ଗତ ରାତିରେ ପୁରୀରୁ କଲିକତା ଅଭିମୁଖେ ଯାଉଥିଲା ଓଏସଆରଟିସି ବସ୍। ଓଏସଆରଟିସି ବସରେ ଦୁଇଜଣ ଡ୍ରାଇଭର ଥିଲେ । ପ୍ରମୋଦ ନାମକ ଓଏସଆରଟିସି ବସ୍ ଡ୍ରାଇଭର ଜଣକ ଫ୍ରେସ ହେବା ପାଇଁ ଗାଡ଼ି ଛିଡ଼ା କରି ତଳକୁ ଓହ୍ଲାଇଥିଲେ । ସେହି ସମୟରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାରେ ପରିବାର ଲୋକ ଆଜି ଓଏସଆରଟିସି ଅଫିସ୍ ଆଗରେ ଡ୍ରାଇଭରଙ୍କ ମୃତଦେହ ରଖି ପ୍ରତିବାଦ କରିଛନ୍ତି । ପରିବାର ଲୋକଙ୍କ ଦାବି ହେଉଛି କି ପରିବାରକୁ କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦିଆଯାଉ ।
ସୂଚନାଥାଉକି, ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଦୁର୍ଘଟଣାରେ ପ୍ରମୋଦ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ଗ୍ରାମର।
ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.