Latest Odisha News

BREAKING NEWS

[ଭିଡ଼ିଓ] କଟକରୁ ପୁଣି ଗଡ଼ିଲା ୧୪ ଟି ମୋ ବସ୍

କଟକ: ଦୀର୍ଘ ଦିନର ଦାବି ପୂରଣ ହେଲା । କଟକରୁ ପୁଣି ଗଡ଼ିଲା ସିଟି ବସ୍ । ଆଜି କଟକ ମହାନଦୀବିହାର ରୁ ଆଉ ୧୪ ଟି ମୋ ବସ୍ ସେବା ଶୁଭାରମ୍ଭ କରାଯାଇଛି । ପ୍ରତ୍ୟକ ଦିନ ସକାଳ ୬ ଟା ୨୦ ମିନିଟ ରୁ ଆରମ୍ଭ କରି ରାତି ୭ ଟା ୪୦ ମିନିଟ ପର୍ଯ୍ୟନ୍ତ ଲଗାତାର ଭାବେ ୧୪ ଟି ବସ୍ ଏହି ରାସ୍ତା ଦେଇ ଯାତାୟାତ କରିବ ।

ମହାନଦୀବିହାର ଏବଂ ପୋତାପୋଖରୀ ଅଞ୍ଚଳରୁ ବାହାରି ନଦୀକୂଳ ସାହି ଓଏମପି ଛକ ଦେଇ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିବ ଏହି ବସ୍ । ପୁର୍ବରୁ କଟକକୁ ୧୦୦ ଟି ମୋ ବସ୍ ସେବାକୁ ଓଡିଶା ସରକାର ପ୍ରଦାନ କରିଥିବା ବେଳେ ଆଜି ଆଉ ୧୪ ଟି ବସ୍ ଗଡିଛି । ନୂଆବଜାର ଛକରୁ ଏହି ରାସ୍ତା ଶିଖରପୁର ଜାତୀୟ ରାଜପଥରେ ସିଧାସଳଖ ସଂଯୋଗ କରୁଛି ।

ପୁର୍ବରୁ ରାସ୍ତା ଟି ଓସାରିଆ କମ୍ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଯାତାୟାତରେ ବହୁ ଅସୁବିଧା ହେଉଥିଲା। ଆଉ ଏବେ ରାସ୍ତା କାମ ଏବଂ ସମ୍ପ୍ରସାରିତ ହେବା ଯୋଗୁଁ ଏବେ ବସ୍ ଯିବା ସହଜ ହେବ। କଟକରେ ମୋ ବସ୍ ସେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.