Latest Odisha News

BREAKING NEWS

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ:ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ ଚଢ଼ାଉ କରି ସମ୍ପୃକ୍ତ ଘଟଣାରେ ଚରାଇଦେବ ଜିଲ୍ଲାର ୱାଜିଦ ହୁସେନ ନାମକ ଯୁବକଙ୍କୁ ଗିରଫ କରିଛନ୍ତି ।

ଦୁବାଇରେ ଏହି ଯୁବକଜଣଙ୍କ କାମ କରୁଥିବା ବେଳେ ମାରାଡୋନାଙ୍କ ଦାମୀ ହ୍ୟୁବ୍ଲୋଟ ଘଡି ଚୋରି କରିଥିଲେ । ଅଗଷ୍ଟ ୨୦୨୧ରେ ଅଭିଯୁକ୍ତ ଭାରତ ଆସିଥିଲା । ଗୋଇନ୍ଦା ବିଭାଗ ରିପୋର୍ଟକୁୂ ଆଧାର କରି ପୋଲିସ ଚଢ଼ାଉ କରି ହୁସେନଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.