ତିରୁମାଲା: କରୋନା ଭାଇରସ ସଂକ୍ରମଣ ଚାରିଆଡେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠି କରୋନା ପ୍ରବେଶ କରିଥିବା ବେଳେ ତିରୁପତି ମନ୍ଦିରର ୧୪ ପୂଜକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ୧୪ ଜଣ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି।
ଏସମ୍ପର୍କରେ ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ ଗୁରୁବାର ମନ୍ଦିରର ପୂଜକ, ସ୍ୱାସ୍ଥ୍ୟ ଓ ଭିଜିଲାନ୍ସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ତାଙ୍କ ସୂଚନାନୁଯାୟୀ ଗତ ଜୁଲାଇ ୧୦ ତାରିଖରେ ତିରୁମାଲାରେ ୧୮୬୫ ଟିଟିଡି କର୍ମଚାରୀ, ଅଲିରିରେ ୧୭୦୪ ଟିଟିଡି କର୍ମୀ ଓ ୬୩୧ ଜଣ ଭକ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା।
ତେବେ ଏଯାବତ୍ ତିରୁମାଲାରେ ମୋଟ୍ ୯୯ ଜଣ ଟିଟିଡି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।
Comments are closed.