Latest Odisha News

BREAKING NEWS

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ !

ନବରଙ୍ଗପୁର: ମୋବାଇଲ୍ ଧରିବାକୁ ମନା କଲେ ବାପା । ଏଥିରେ ରାଗିଯାଇ ଆତ୍ମହତ୍ୟା କଲା ୧୪ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ର ଜାମଦୋରା ଗ୍ରାମରେ।

ସ୍ଥାନୀୟ ଜାମଧରା ଗ୍ରାମର ଜରାହା ଗଣ୍ଡଙ୍କ ବଡ଼ ପୁଅ ତରୁଣ (୧୪ବର୍ଷ) । ତରୁଣ ରାଇଘର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ଛାତ୍ର ଥିଲେ। ତେବେ ସ୍କୁଲ୍ ଛୁଟି କାରଣରୁ ତରୁଣ ଅନେକ ସମୟରେ ମୋବାଇଲ ରେ ବ୍ୟସ୍ତ ରହୁଥିଲେ । ଘଟଣା ଦିନ ସନ୍ଧ୍ୟାରେ ତରୁଣ ର ବାପା ତାକୁ ମୋବାଇଲ ଧରିବା ପାଇଁ ଦେବାକୁ ମନା କରି ପାଠ ପଢିବାକୁ କହୁଥିଲେ । ଏତିକି କଥାରେ ରାଗିଯାଇ ତରୁଣ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସନ୍ଧ୍ୟା ସମୟରେ ଘରେ ବେକରେ ଗାମୁଛା ବାନ୍ଧି ଘର ମଧ୍ୟରେ ଥିବା କାଠରେ ଝୁଲି ପଡିଥଲେ।କିଛି ସମୟ ପରେ ତରୁଣର ମାଆ ହଠାତ ଘର ଭିତରକୁ ଯାଇ କାଠରେ ଝୁଲନ୍ତା ଅବସ୍ଥାରେ ପୁଅକୁ ଦେଖି ଅନ୍ୟ ମାନଙ୍କୁ ଡାକି ପୁଅକୁ ଡ଼ାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଜାଣିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.