ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି । କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଛି । ରାଜ୍ୟରୁ କରୋନା ଆଉ ୧୮ ଜଣଙ୍କର ଜୀବନ ନେଇଛି । ଅଡିଟ୍ ପ୍ରୋସେସରେ କରୋନାରେ ସେମାନେ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ୱରରୁ ଆଉ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡ଼ାରୁ ଆଉ ୨ ଜଣଙ୍କର ଜୀବନ ନେଇଛି ମହାମାରୀ । ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ ଓ ଅନୁଗୋଳ ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ମୃତକଙ୍କ ଭିତରେ ଜଣେ ୧୪ ବର୍ଷର ନାବାଳକ ରହିଛି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୯୯୪କୁ ବୃଦ୍ଧି ପାଇଛି ।
Comments are closed.