Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ଖେଳିବେନି କୋହଲି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳିବେ ନାହିଁ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଫଳରେ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ପୂର୍ବରୁ ପରିବାର ଲୋକଙ୍କ ପାଖକୁ ଫେରିବେ କୋହଲି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବ ଭାରତ । ତାପୂର୍ବରୁ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି ।

ଅନ୍ତର୍ଜାତୀୟ କ୍ରିକେଟରେ ୯୯ ଟେଷ୍ଟ ଖେଳିଛନ୍ତି ବିରାଟ କୋହଲି । ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ମୋହାଲିରେ ବିରାଟ ଖେଳିବେ ୧୦୦ ତମ ଟେଷ୍ଟ ମ୍ୟାଚ୍ । ମୋହାଲିରେ ନଖେଳିଲେ ବେଙ୍ଗାଳୁରୁରରେ ପରବର୍ତ୍ତୀ ମ୍ୟାଚ୍ ରହିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ଓ ଏବେ ଟି-ଟ୍ୱେଣ୍ଟି ସିରିଜକୁ ଆଗୁଆ କବଜା କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ୟଙ୍ଗ ବ୍ରିଗେଡଙ୍କୁ ନେଇ ଜବରଦସ୍ତ ଖେଳୁଛି ଟିମ୍ ଇଣ୍ଡିଆ ।

Comments are closed, but trackbacks and pingbacks are open.