Latest Odisha News

ଶଯ୍ୟାଶାୟୀ ବାପାର ଚିକତ୍ସା ଓ ଘର ଚଳାଇବା ପାଇ ନାବାଳକ ପୁଅ ବିକୁଛି ଗୁପଚୁପ୍

କେନ୍ଦ୍ରାପଡ଼ା: ବୟସ ୧୪, ମୁଣ୍ଡ ଉପରେ ୭ ପ୍ରାଣୀ କୁଟୁମ୍ବକୁ ପୋଷିବାର ବୋଝ । ପାଠପଢ଼ା ବୟସରେ ପରିବାର ବୋଝ ଲଦି ହୋଇ ଯାଇଛି ତା’ ମୁଣ୍ଡ ଉପରେ । ଫଳରେ ବହି ବସ୍ତାନି ଧରୁଥିବା ହାତ ଏବେ ସାଇକେଲ ଧରି ଗାଁକୁ ଗାଁ ବୁଲି ଗୁପଚୁପ୍ ବିକୁଛି । ଡାକୁଛି ଗୁପଚୁପ୍ ଖାଅ… ବାବୁ ଗୁପଚୁପ୍… । ଆଉ ସେଥିରୁ ଯାହା ଆୟ ହେଉଛି ସେଥିରେ ରୋଗୀଣା ବାପାର ଚିକିତ୍ସା କରି ୭ ପ୍ରାଣୀ ଚଳିବା କଷ୍ଟର ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଛଦେଶ ଗାଁରେ । ଗାଁର ସୁକାନ୍ତ ସାହୁ ଜଣେ ସୁନା କାରିଗର । କିଛି ମାସ ତଳେ ତାଙ୍କ ଦେହରେ ଫୋଟକା ବାହାରି ଥିଲା । ଏବେ ଆଉ ସେ ଶଯ୍ୟାଶାୟୀ । ୨ ବର୍ଷ ହେଲା ସୁକାନ୍ତଙ୍କୁ ପରିବାର ଲୋକ ଡାକ୍ତରଙ୍କୁ ଦେଖାଇ ସବୁ ପୁଞ୍ଜି ହରାଇ ସାରିଲେଣି । ଫଳରେ ପରିବାରର ବୋଝ କାନ୍ଧେଇଛି ୧୪ ବର୍ଷର ନବମ ପଢ଼ୁଆ ପୁଅ ।

ଗୁପଚୁପ୍ ବିକି ଯାହା ଟଙ୍କା ଆଣୁଛି ସେଥିରେ ପରିବାର ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛନ୍ତି । ସେଥିରେ ସୁକାନ୍ତଙ୍କ ଚିକିତ୍ସା କାଠିକର ହୋଇ ପଡ଼ିଛି । ସୁକାନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତୁରନ୍ତ ସ୍ଥାନୀୟ ପ୍ରଶାସନ ସୁକାନ୍ତଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.