Latest Odisha News

ପାଣି ଭିତରେ କରୁଛନ୍ତି ‘ମୁନ୍ ୱାକ୍’

ଓଡିଶା ସମ୍ବାଦ ବ୍ୟୁରୋ: ମୁନ୍ ୱାକ୍ କଥା କହିଲେ ମାଇକେଲ ଜ୍ୟାକ୍ସନଙ୍କ କଥା ମନେ ପଡ଼େ। ମାଇକେଲ ଜ୍ୟାକ୍ସନ ଚଟଣାରେ ମୁନ୍ ୱାକ୍ ଡ୍ୟାନ୍ସ କରୁଥିଲେ। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ଯୁବକ ପାଣି ଭିତରେ ‘ମୁନ୍ ୱାକ୍ ଡ୍ୟାନ୍ସ’ କରୁଛନ୍ତି। ଯାହାକୁ ଦେଖି ୟୁଜର୍ସ ଚକିତ ହେବା ସହ ଭୁରି ଭୁରି ପ୍ରଶଂସା ମଧ୍ୟ କରୁଛନ୍ତି।

ସୋସିଆଲ ମିଡିଆରେ ଷ୍ଟାର ହେବାକୁ ଆଜିକାଲି ଲୋକେ କ’ଣ ନକରନ୍ତି। ଗୋଟିଏ ପଟେ କିଛି ଲୋକ ହାସ୍ୟାସ୍ପଦ କାର୍ଯ୍ୟ କରି ଭାଇରାଲ ହୋଇଥିବା ବେଳେ କେତେକ ସେମାନଙ୍କ ପ୍ରତିଭା ଯୋଗୁଁ ହିଟ୍ ହୁଅନ୍ତି। କିନ୍ତୁ ପାଣି ଭିତରେ ମୁନ୍ ୱାକ୍ କରିବା ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ଆପଣମାନେ ଚଟାଣରେ ନିଶ୍ଚୟ ବହୁତ ଡ୍ୟାନ୍ସ ଦେଖିଥିବେ, କିନ୍ତୁ ପାଣି ଭିତରେ ନାଚୁଥିବା ଦେଖି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯେଉଁଥିରେ ଜଣେ ଯୁବକ ମାଇକେଲ ଜ୍ୟାକସନଙ୍କ ‘ସ୍ମୁଥ୍ କ୍ରିମିନାଲ’ ଗୀତରେ ନାଚୁଛନ୍ତି। ଇଣ୍ଟରନେଟରେ ଏହି ଯୁବକଙ୍କ ନୃତ୍ୟ ଦେଖି ତାଙ୍କୁ ‘ହାଇଡ୍ରୋମ୍ୟାନ୍ ଅଫ୍ ଇଣ୍ଡିଆ’ ବୋଲି କହୁଛନ୍ତି। ଭିଡିଓ ସେୟାର କରି ଯୁବକ ଲେଖିଛନ୍ତି, ‘ଏହା ମୋର ଦର୍ଶକଙ୍କ ପାଇଁ, ଯେଉଁମାନେ ମୋର ଏପରି ସଂସ୍କରଣ ଦେଖିବାକୁ ଚାହୁଁଥିଲେ।’

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ, ୯ ଲକ୍ଷରୁ ଅଧିକ ଉପଭୋକ୍ତା ଏହି ଭିଡିଓରେ ଲାଇକ୍ ଏବଂ ଅନେକ କମେଣ୍ଟ ଦେଇଛନ୍ତି। ତେବେ ଏହି ଡ୍ୟାନ୍ସ ସମ୍ପର୍କରେ ଯୁବକ ଲେଖିଛନ୍ତି ଯେ ଅନେକ ପ୍ରୟାସ, ପରୀକ୍ଷାରେ ବିଫଳତା ପରେ ଏହା ସମ୍ଭବ ହୋଇଥିଲା।

Leave A Reply

Your email address will not be published.