ଭୁବନେଶ୍ବର:ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ବିଶ୍ୱବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି। ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆସରିଛି। ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସ୍ଏସ୍ବିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ପୂର୍ବରୁ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ OPSCକୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।