Latest Odisha News

BREAKING NEWS

ବଳଦେବଜୀଉ ମନ୍ଦିର ନିକଟରେ ଜାରି ହେଲା ୧୪୪ ଧାରା

କେନ୍ଦ୍ରାପଡ଼ା : ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିର ଚତୁପାର୍ଶ୍ବ, ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।

ଆଜି ସନ୍ଧ୍ୟା ୬ଟାରୁ ୧୪୪ ଧାରା ଜାରି ହୋଇଛି । ଯହାକି ଆସନ୍ତା ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ଯଥା ରୀତିନୀତି ଅନୁସାରେ କରାଯିବ । ନୀତିକାନ୍ତି ଓ ଦୈନିକ ସେବା ନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୟ ମଧ୍ୟରେ ମନ୍ଦିର ଆଖପାଖରେ କୌଣସି ପ୍ରକାର ଭିଡ କରିବାକୁ ଦିଆଯିବ ନାହିଁ ବୋଲି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏଥର କେବଳ ପୁରୀରେ ହେବ ରଥଯାତ୍ରା । ତେବେ ବଳଦେବଜୀଙ୍କ ରଥଯାତ୍ରା କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.