ସମ୍ବଲପୁର: ସହରରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪ଟି ସ୍ଥାନରେ ଆଜିଠାରୁ ୧୪୪ ଧାରା ଲାଗୁ ହୋଇଛି । ସାକ୍ଷୀପଡାର ମୁଣ୍ଡାପଡା, ବଡବଜାର ସହ କେଉଟପଡାର କୃଷ୍ଣପଡା ଓ ହୀରାକୁଦର ଖ୍ରୀଷ୍ଟିଆନ ପଡାରେ ଉପଜିଲ୍ଲାପାଳଙ୍କ କୋର୍ଟ ଏହି ୧୪୪ ଧାରା ଲାଗୁ କରିଛନ୍ତି ।
ଏହି ସମୟରେ ୧୪୪ ଧାରା ଲାଗୁ ହୋଇଥିବା ଅଂଚଳର ୧୦୦ ମିଟର ପରିସୀମା ଭିତରକୁ ପଶିବା ଉପରେ କଟକଣା ଲାଗୁ ହୋଇଛି । ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିଛି । ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ୨୭ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।
Comments are closed.