Latest Odisha News

BREAKING NEWS

ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଧାନସଭାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ଜୁଲାଇ ୩୧ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ବିଧାନସଭାର ୫ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ବାହାରିଛି।

କରୋନା ପଜିଟିଭ ବାହାରିବା ପୂର୍ବରୁ ଜୁଲାଇ ୬ ତାରିଖରେ ଶ୍ରୀ ନାୟକ ବିଧାନସଭାର ଏକ ବୈଠକରେ ଯୋଗ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.