Latest Odisha News

BREAKING NEWS

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୧୪୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮୭୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୧୪୯ଟି ନୂଆ ମାମଲା ଚିହ୍ନଟ ହୋଇଛି।

ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆକ୍ରାନ୍ତ-

ପ୍ରାପ୍ତ ସୂଚନାନୁଯାୟୀ କରୋନାଭାଇରସ ସଂକ୍ରମଣରେ ଏଯାବତ୍ ୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଭାରତୀୟ, ବିଦେଶୀ ନାଗରିକ ରହିଥିବା ବେଳେ ୭୯ ଜଣ ଆରୋଗ୍ୟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.