Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଓଡିଶା ସରକାର ଜାରି କଲେ ହେଲ୍ପଲାଇନ ନଂ…

ଭୁବନେଶ୍ୱର: ଦେଶବ୍ୟାପୀ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

ହେଲ୍ପଲାଇନ ନଂ ଗୁଡିକ ହେଉଛି-
୦୬୭୪-୨୬୨୦୨୦୦ – ସୀମା ଭିତରେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସାମଗ୍ରୀର ନିରବଚ୍ଛିନ୍ନ ପରିବହନ ସୁନିଶ୍ଚିତ କରିବାକୁ ଓଡିଶା ପୋଲିସ ଏହି ହେଲ୍ପଲାଇନ ନମ୍ବର ପ୍ରଦାନ କରିଛି ଜ୍ଝ ରାଜ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯଦି ପରିବହନ ଏଜେନ୍ସିମାନେ କିଛି ସମସ୍ୟା ର ସମ୍ମୁଖୀନ ହୁଅନ୍ତି, ତାହେଲେ ସେମାନେ ଏହି ନଂରେ ଯୋଗାଯୋଗ କରିପାରିବେ । ପରେ ଓଡିଶା ପୋଲିସ ତଦନୁଯାୟୀ ସହାୟତା କରିବ।

୦୬୭୪-୨୩୯୨୧୧୫ / ୯୪୩୮୯୧୫୯୮୬ – ଲକଡାଉନ ଫଳରେ ପଡୋଶୀ ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକମାନଙ୍କ ପାଇଁ ଗୃହ ବିଭାଗ ହେଲ୍ପଲାଇନ ନମ୍ବର ଜାରି କରିଛି ଜ୍ଝ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ତଥା ଆବଶ୍ୟକୀୟ ସହାୟତା ଯୋଗାଇଦେବା ଦିଗରେ ଏହି ନଂ ସହାୟକ ହେବ ।

୧୮୦୦୩୪୫୬୭୦୩ – ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗ ପକ୍ଷରୁ ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ହେଲ୍ପଲାଇନ ନମ୍ବର ଜାରି କରିଛି ଜ୍ଝ

Leave A Reply

Your email address will not be published.