Latest Odisha News

BREAKING NEWS

ପୁଣେରେ କାନ୍ଥ ଭୁଷୁଡି ୧୫ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ କୋନ୍ଧୱା ନିକଟବର୍ତ୍ତୀ ଏକ ରେସିଡେନସିଆଲ୍ କମ୍ପେ୍ଲକ୍ସର କାନ୍ଥ ଧସିଯିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବାବେଳେ ୨ ଜଣ ମହିଳା ରହିଛନ୍ତି ।

ସୁତ୍ରରୁ ପ୍ରକାଶ ଯେ ପ୍ରବଳ ବର୍ଷା ଯୋଗୁଁ ଏହି ୬୦ ଫୁଟ୍ ଉଚ୍ଚର ପାଚେରିଟି ଭୁଷୁଡି ପଡିଛି । ଏଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ପାଚେରୀ ପାଖାପାଖି ଶ୍ରମିକଙ୍କ ପାଇଁ ଛୋଟଛୋଟ ଘର ନିର୍ମାଣ ହୋଇଥିଲା । ତେବେ ଏହି ପାଚେରୀ ଭୁଷୁଡି ଉକ୍ତ ଘର ଉପରେ ପଡି ଏଭଳି ଅଘଟଣ ଘଟିଛି । ସେହିପରି ରେସିଡେନସିଆଲ୍ କମ୍ପେ୍ଲକ୍ସର ପାଚେରୀକୁ ଲାଗି ରହିଥିବା ଅନେକ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଥିସହିତ ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.