Latest Odisha News

କରୋନା ରେଡ୍ ଜୋନରେ ଅଧା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ଥିତି ଗମ୍ଭୀର । କରୋନା ରେଡ୍ ଜୋନରେ ଏବେ ଅଧା ଓଡ଼ିଶା । ସଂକ୍ରମଣ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ୧୫ ଜିଲ୍ଲା ରେଡ୍ ଜୋନକୁ ଯାଇଛି । ଆଜି ତାଲିକାରେ ଯୋଡ଼ି ହୋଇଛି ମୟୂରଭଞ୍ଜ, ଗଞ୍ଜାମ, ଅନୁଗୋଳ ଜିଲ୍ଲା । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି ।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ୧୫ ବେଳକୁ ସଂକ୍ରମଣ ପିକ୍ ଛୁଇଁବ । ଆଗକୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବେ । ଅଧିକ ଜିଲ୍ଲା ରେଡ୍ ଜୋନକୁ ଯିବ । ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮ହଜାର ୩୮୩ଟି ଆକ୍ଟିଭ୍ କେସ୍ ରହିଛି । ସୁନ୍ଦରଗଡ଼ରେ ୫ହଜାର ୮୮୮, କଳାହାଣ୍ଡିରେ ୩ହଜାର ୨୩୩ ଓ କଟକ ୨ହଜାର ୯୯୬ଟି ସକ୍ରିୟ ମାମଲା ରହିଛି ।

ଏବେ ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଲା କେନ୍ଦୁଝର, ବାଲେଶୱର, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ା ରହିଛି । ଆସନ୍ତାକାଲି ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୫୦ହଜାର ପାର କରିବ । ସେହିପରି ମୃତ୍ୟୁସଂଖ୍ୟା ବି ଦୁଇ ହଜାର ଡେଇଁବ ।

Leave A Reply

Your email address will not be published.