Latest Odisha News

BREAKING NEWS

ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହପୁରରେ ଅଘଟଣ । କୀଟନାଶକ ପଡିଥିବା ଚା’ ପିଇ ୧୫ଜଣ ଗୁରୁତର ହୋଇପଡିଥିବା ସୂଚନା ମିଳିଛି । ୧୫ଜଣଙ୍କୁ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରଣସିଂହପୁର ଗାଁର ଏକ ବିବାହ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ, ରଣସିଂହପୁର ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମରେ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ । ବୁଧବାର ସକାଳେ ଚା’ ପ୍ରସ୍ତୁତ କରି ୧୫ଜଣରୁ ଅଧିକ ଲୋକଙ୍କୁ ଦିଆଯାଇଥିଲା । ସେମାନେ ଚା’ ପିଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଭୁଲବଶତଃ ଚା’ ପତି ବଦଳରେ କୀଟନାଶକ ପକାଇ ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.