Latest Odisha News

BREAKING NEWS

ରାଜଧାନୀ ବିଚ୍ ରାସ୍ତାରେ ମହିଳାଙ୍କୁ ଗୋଡାଇ ପିଟିଲେ ଯୁବକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ପ୍ରତି ବର୍ବରତା । ବିଚ୍ ରାସ୍ତାରେ ମହିଳାଙ୍କୁ ଗୋଡାଇ ନିସ୍ତୁକ ମାଡ ମାରିଲେ ଏକାଧିକ ଯୁବକ । ସମସ୍ତ ସାମ୍ନାରେ ମହିଳାଙ୍କୁ ଘୋଷାରି ପୁଟିଥିବାର ଏ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଲିଙ୍ଗରାଜ ଥାନା ଅଂଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।
ମହିଳା ଜଣକ ରାସ୍ତାରେ ଯାଉଥିବା ବେଳେ କେତେ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ପ୍ରଥମେ ଠେଲାପେଲା କରିବା ସହ ମାଡ ମାରିଛନ୍ତି । କେବଳ ସେତିକି ନୁହେଁ ତାଙ୍କୁ ଗୋଡାଇ ଗୋଇଠା, ବିଧା ମଧ୍ୟ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଠାରେ ଲୋକମାନେ ଯାତାୟତ କରୁଥିଲେ ମଧ୍ୟ କେହି ତାଙ୍କୁ ଅଟକାଉ ନାହାନ୍ତି । ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।

ଜମିବାଡି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡିଛି । ଅଭିଯୁକ୍ତମାନେ ତରଙ୍ଗ କ୍ଲବର ସଦସ୍ୟ ବୋଲି ମହିଳା ଜଣକ କହିଛନ୍ତି । ଏ ସମ୍ପର୍କରେ ବୁଧବାର ଲିଙ୍ଗରାଜ ଥାନାରେ ମହିଳା ଜଣକ ଅଭିଯୋଗ ହୋଇଛି। ସିସିଟିଭିରେ କଏଦ୍ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.