Latest Odisha News

BREAKING NEWS

ମମିତା ମେହେରଙ୍କ ଘରେ ରାଜ୍ୟ ବିଜେପି ଟିମ୍

ବଲାଙ୍ଗିର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତେଜିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପିର ବିଭିନ୍ନ ଜିଲ୍ଲାରେ ବନ୍ଦ ପାଳନ କରୁଛି । ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛି ।

ଭୁବନେଶ୍ୱରରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ବଲାଙ୍ଗିର ଜିଲ୍ଲା ତୁରେକେଲା ଅନ୍ତର୍ଗତ ଝରଣୀ ଗାଁରେ ପହଞ୍ଚିଛି । ଏହି ଟିମ୍ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛି । ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ମହାଲିଙ୍ଗର ହତ୍ୟାକାଣ୍ଡସ୍ଥଳକୁ ଯିବ ବିଜେପି ଟିମ୍ ।

ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି, ଘଟଣାକୁ ଦେଖିଲେ ଏଥିରେ ଜଣକର ସମ୍ପୃକ୍ତି ବୋଲି ମାନିବା ଠିକ୍‌ ନୁହେଁ । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭଳି ଲାଗୁଛି । ବର୍ତ୍ତମାନ ସୁଦ୍ଧା ପୋଲିସ ତଦନ୍ତରେ ବହୁତ ଅବହେଳା ଥିବା ଦେଖା ଯାଇଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

ବିଜେପିର ୧୫ ଜଣିଆ ଟିମରେ ଅଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ. ଭି. ସିଂହଦେଓ, ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ପୀତାମ୍ବର ଆଚାର୍ୟ୍ୟ, ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ।

Leave A Reply

Your email address will not be published.