Latest Odisha News

BREAKING NEWS

ଘରେ ଲାଗିଲା ନିଆଁ, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ତେଲକୋଇ  : ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।   ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଏଭଳି ଅଘଟଣ ।

ବିଳମ୍ବିତ ରାତିରେ ନୀଳମଣି ବେହେରାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ପୋଡି ନଷ୍ଟ ହୋଇଯାଇଛି । ୨୦ ବସ୍ତା ଧାନଚାଉଳ ମଧ୍ୟ ପୋଡିଯାଇଛି । ରାତି ପ୍ରାୟ ୩ଟା ବେଳକୁ ଘର ଭିତରେ ନିଆଁ ଲାଗିଥିବା ବେଳେ କାର୍ତ୍ତିକ ସ୍ନାନ ପାଇଁ ନୀଳମଣି ବେହେରାଙ୍କ ଝିଅ ପନି ବେହେରା ଉଠିବା ବେଳକୁ ଘର ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ ।

ଗାଁ ଲୋକେ ଏକାଠି ରୁଣ୍ଡ ହୋଇ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କେବଳ ଘର ଭିତରେ ଥିବା ଟଙ୍କା ସୁନାଗହଣା ଓ ଧାନ ଚାଉଳ ସମ୍ପୂର୍ଣ୍ଣ ପୋଡିଥିବା ବେଳେ ଘର ଚାଳକୁ ନିଆଁ ଧରିନାହିଁ । ଫଳରେ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.