Latest Odisha News

BREAKING NEWS

ବିଶାଖାପାଟଣାରୁ ଉଦ୍ଧାର ହେଲେ ନବରଙ୍ଗପୁରର ୧୫ ଦାଦନ ଶ୍ରମିକ

ନବରଙ୍ଗପୁର : ଜିଲ୍ଲା ଶ୍ରମ ଅଧିକାରୀ ଓ ନବରଙ୍ଗପୁର ପୋଲିସ ଆସୋସିଏସନର ମିଳିତ ଉଦ୍ୟମରେ ବିଶାଖାପାଟଣାରୁ ୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳିକା ଓ ଜଣେ ନାବାଳକ ରହିଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଉଦ୍ଧାର ଶ୍ରମିକମାନେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ଏସମ୍ପର୍କରେ ସେଠାରେ ଫସି ରହିଥିବା ଜଣେ ଶ୍ରମିକଙ୍କ ଭାଇ ଥାନାରେ ଏତଲା ଦାଏର କରିଥିଲେ । ଆହୁରି ମଧ୍ୟ ସେଠାରେ ମାଲିକ ଶ୍ରମିକମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.