Latest Odisha News

BREAKING NEWS

ରାଜଧାନୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯୁବକଙ୍କ ଉପରେ ଚଢିଗଲା ବସ୍

ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଧବାର ଅପରାହ୍ନରେ ଏକ ସିଟି ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ ଯୁବକ ଜଣକ ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତା ପାର ହେଉଥିବାବେଳେ ଦିନ ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ଜଣାପଡିଛି । ଏହି ଅଘଟଣକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ୟକ୍ତ ଲୋକମାନେ ବସକୁ ଭଙ୍ଗାରୁଜା କରିଛନ୍ତି ।

ଖବର ପାଇ ପୋଲିସ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ନେଇ ଜଣାପଡିଛି ।

ତେବେ ଏଯାବତ୍ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛି ।

Leave A Reply

Your email address will not be published.