Latest Odisha News

BREAKING NEWS

କରୋନା ନେଲା ଆଉ ୧୫ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୮୨୮

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।

ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୧୦ ଜଣ ପୁରୁଷ । ଏମାନଙ୍କ ଭିତରେ ଜଣେ ୩୦ ବର୍ଷୀୟ ଯୁବତୀ ଅଛନ୍ତି । ଅନ୍ୟମାନଙ୍କର ବୟସ ୪୦ରୁ ୮୫ ବର୍ଷ ଭିତରେ ରହିଛି ।

ବାଲେଶ୍ୱର ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ କଟକରେ ମହାମାରୀରେ ମଲେଣି ୬୯ ଆକ୍ରାନ୍ତ ।

ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଭୁବନେଶ୍ୱରରେ ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ଗଲାଣି ମୋଟ୍ ୧୩୧ ଜୀବନ ।

ପୁରୀରୁ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁହାର ରହିଛି ୦.୩୮% ।

Leave A Reply

Your email address will not be published.