Latest Odisha News

BREAKING NEWS

ରାଜ୍ୟରୁ କରୋନାରେ ଆଉ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସରେ ଆଉ ୧୫ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୧୩ ମାସର ଶିଶୁ ।
ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଉ ୩ ଜଣଙ୍କର ଜୀବନ ନେଇଛି କରୋନା । ଏମାନଙ୍କ ଭିତରେ ଜଣେ ଭୁବନେଶ୍ୱରର ସଂକ୍ରମିତ ଅଛନ୍ତି । ଅନୁଗୋଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ ଲେଖାଏ ସଂକ୍ରମିଚ ପ୍ରାଣ ହରାଇଛନ୍ତି ।

ସେହିପରି ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ ହଜାର ୫୭୫କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.