Latest Odisha News

ଓଡିଶାରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୪୬ଶହ ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୬୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୭୭ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

 

ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୨୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।

ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୭ ଜିଲ୍ଲାରୁ ଏହି ୧୬୫ ଜଣ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ତନ୍ମଧ୍ୟରେ ୧୧ ଜଣ ବାତ୍ୟା ଅମ୍ଫାନ ସହାୟତା ପାଇଁ ପଶ୍ଚିମବଙ୍ଗକୁ ଯାଇଥିଲେ । ଏହାଛଡା ପାଖାପାଖି ୯୭ ଜଣ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୫୧୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୧୪୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.