Latest Odisha News

୧୦ ଭାରତୀୟ ଯବାନଙ୍କୁ ଛାଡିଲା ଚୀନ !

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଗତ ଜୁନ୍ ୧୫ ତାରିଖ ଦିନ ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଭାରତର ପାଖାପାଖି ୨୦ ଯବାନ ନିହତ ହୋଇଥିଲେ । ବର୍ତ୍ତମାନ ସମୟରେ ଏସମ୍ପର୍କୀତ ଏକ ବଡ ଘଟଣା ସାମ୍ନାକୁ ଆସିଛି ।

ଜାତୀୟ ଗଣମାଧ୍ୟମ ‘ହିନ୍ଦୁସ୍ତାନ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗଲୱାନ ଘାଟିରେ ସଂଘର୍ଷ ପରେ ଭାରତ ପଟୁ ଘନଘନ ବୈଠକ କରାଯାଇଥିଲା । ଯାହାର ଫଳସ୍ୱରୂପ ଉକ୍ତ ସଂର୍ଘଷ ବେଳେ ଚୀନ ଦ୍ୱାରା ବନ୍ଦୀ ହୋଇଥିବା ୧୦ ଭାରତୀୟ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ଛଡାଯାଇଛି । ଏପରିକି ୨ ଜଣ ଅଧିକାରୀଙ୍କ ସହ ୧୦ ଯବାନ ଭାରତର ଏଲଏସି ପଟକୁ ଫେରିଆସିଥିଲେ ।

ତେବେ ଏଭଳି ଖବର ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ଏନେଇ ସେନା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅପରପକ୍ଷରେ ଏହାପୂର୍ବରୁ ଭାରତର କୌଣସି ଯବାନ ନିଖୋଜ ହୋଇନାହାଁନ୍ତି ବୋଲି ଉଭୟ ଭାରତୀୟ ସେନା ଓ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗଲୱାନ ଘାଟିରେ ଯବାନମାନେ ଲୁହାରଡ ଓ ପଥର ଦ୍ୱାରା ପରସ୍ପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତର ପାଖାପାଖି ୨୦ ଯବାନ ନିହତ ହୋଇଥିଲେ, ସେଥିମଧ୍ୟରେ ଓଡିଶାର ୨ ଯବାନ ରହିଥିଲେ ।

Leave A Reply

Your email address will not be published.