Latest Odisha News

BREAKING NEWS

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଆସିବେ ଏହି ୧୫ ଦଳ, କାଲି ବୟକଟ କରିଥିଲେ ୧୯

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍  ଧରିଥିବା ବେଳେ ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଛନ୍ତି। ସେହିପରି ୧୫ଟି ଦଳ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି ବିଜେପି ଅନୁଗାମୀ ଦଳ ରହିଛନ୍ତି। ତନ୍ମଧ୍ୟରେ ବିଜେଡି ରହିଛି।

ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ତେବେ ମୋଦୀଙ୍କ ଉଧ୍‌ଘାଟନକୁ ବିରୋଧ କରି ୧୯ ବିରୋଦୀ ଦଳ ନେତା ଉଦ୍‌ଘାଟନ ଉତ୍ସବର ସାମୁହିକ ବର୍ଜନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ରାଷ୍ଟ୍ରପତି ଉଦ୍‌ଘାଟନ କଲେ ସେମାନେ ଆସିବେ ବୋଲି ବିରୋଧୀ ଦଳମାନେ ମତ ପ୍ରକାଶ କରିଛନ୍ତି।

ଏହି ଦଳମାନେ ସଂସଦ ଉଦଘାଟନ ଉତ୍ସବରେ ଯୋଗ ଦେବେ

ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ନ୍ୟାସ୍‌ନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି), ନ୍ୟାସ୍‌ନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି(ଏନ୍‌ଡିପିପି), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌), ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି(ଆର୍‌ଏଲ୍‌ଜେପି), ଆପନା ଦଳ(ସୋନେଲାଲ), ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ), ତାମିଲ ମାନିଲା କଂଗ୍ରେସ, ଅଲ୍ ଇଣ୍ଡିଆ, ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ(ଏଆଇଏଡିଏମ୍‌କେ), ଅଲ୍ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ(ଏଜେଏସ୍‌ୟୁ), ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌), ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି(ୱାଇଏସ୍‌ଆର୍‌ସିପି), ତେଲଗୁ ଦେସମ ପାର୍ଟି(ଟିଡିପି), ଶିରୋମଣି ଅକାଳି ଦଳ(ଏସ୍ଏଡି) ଏବଂ ବିଜୁ ଜନତା ଦଳ(ବିଜେଡି) ଏହିସବୁ ଦଳ ଉଦ୍‌ଘଟାନୀ ଉତ୍ସବକୁ ଆସିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଗତକାଲି ୧୯ ବିରୋଧୀ ଦଳ ସଂସଦ ଉଦ୍‌ଘାଟନୀ କାର୍ଯ୍ୟକୁ ଆସିବେ ନାହିଁ ବୋଲି ସାମୁହିକ ଘୋଷଣା କରିଥିଲେ। ଏଥିରେ କଂଗ୍ରେସ ସମେତ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଥିଲେ।

Comments are closed.