Latest Odisha News

BREAKING NEWS

ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ମେଟା

ନୂଆଦିଲ୍ଲୀ: ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା। ବିଶ୍ୱସ୍ତରରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମାର୍ଚ୍ଚ ମାସରେ କମ୍ପାନୀ ୧୦ ହଜାର ଛଟେଇ କରିବ ବୋଲି ଘୋଷଣା କରିଥିଲା। କାଲି ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛଟେଇ ପରେ ପୀଡ଼ିତ କର୍ମଚାରୀ ଲିଙ୍କଡିନ୍‌ରେ ନିଜର ଦୁଃଖ ଶେୟାର କରିଛନ୍ତି।

BjdElectrycity

ବିଶ୍ୱର ବଡ଼ ବଡ଼ ଆଇଟି କମ୍ପାନୀମାନେ ନିୟମ ଭାଙ୍ଗି କର୍ମଚାରୀ ଛଟେଇ କରୁଛନ୍ତି। ଛଟେଇକୁ ଟ୍ରାକ୍ କରିଥିବା ୱେବ୍‌ସାଇଟ୍ ଲେଅଫ୍.ଏଫ୍‌ଆଇର ସୂଚନା ଅନୁସାରେ ୨୦୨୩ ମେ ୧୮ ସୁଦ୍ଧା ଦୁଇ ଲକ୍ଷରୁ ଅଧିକ କର୍ଚମାରୀ ଛଟେଇ କରାଯାଇ ସାରିଲାଣି।  ଏବଂ ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ୧୦ ହଜାର ଛଟେଇ ନେଇ ଘୋଷଣା କରିଥିଲା ମେଟା। ବର୍ତ୍ତମାନ ସୁଦ୍ଧା ୪ ହଜାରଙ୍କୁ ଛଟେଇ କରିଥିଲା। ହେଲେ ଗତକାଲି ଠାରୁ ବାକି ୬ ହଜାର ଛଟେଇ ଆରମ୍ଭ କରିଦେଇଛି କମ୍ପାନୀ। ଏହି ଛଟେଇ କମ୍ପାନୀର ବିଭିନ୍ନ ବର୍ଗ କର୍ମଚାରୀ ଯଥା ବ୍ୟବସାୟ, ବିଜ୍ଞାପନ ବିଭାଗ, ମାର୍କେଟିଂ, କମ୍ୟୁନିକେସନ, ଓ ପାର୍ଟରସିପ୍ ବିଭାଗରୁ ବଡ଼ ବଡ଼ ଅଫିସରଙ୍କୁ ବି ଛଟେଇ କରାଯାଇଛି। ରୟଟର୍ସର ରିପୋର୍ଟ ଅନୁସାରେ ମେଟାର ମାର୍କେଟିଂ ଡାଇରେକ୍ଟର ଅବିନାଶ ପନ୍ତ ଓ ମିଡିଆ ପାର୍ଟନର୍ସିପ୍ ମୁଖ୍ୟ ସାକେତ ଝା ସୌରଭଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମେଟ ୨୧ ହଜାର କର୍ମଚାରୀ ଛଟେଇ କରିସାରିଛି। ନଭେମ୍ବର ୨୦୨୨ରେ କମ୍ପାନୀ ପ୍ରଥମ ଥର ପାଇଁ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ କମ୍ପାନୀ ଦ୍ୱତୀୟ ରାଉଣ୍ଡରେ ୧୦ ହଜାର କର୍ମଚାରୀ ଛଟେଇ ନେଇ ଘୋଷଣା କରିଥିଲା।

Leave A Reply

Your email address will not be published.