Latest Odisha News

BREAKING NEWS

ଆସନ୍ତାକାଲି ଭାରତ ବନ୍ଦ: ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହି ଅବସରରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ବନ୍ଦ ବେଳେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏହାବ୍ୟତିତ ରାଜ୍ୟ ସଚିବାଳୟ ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ଲାଗି ପୋଲିସ ମୁତୟନ କରାଯିବ ।

ଆହୁରି ମଧ୍ୟ “ଟ୍ରେନ୍ ଓ ବସ୍ ଚଳାଚଳ ଯେପରି ସୁରୁଖୁରୁରେ ହେବ, ସେନେଇ ଆବଶ୍ୟକୀୟ ଆଭିମୁଖ ଗ୍ରହଣ କରାଯିବ”ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.