Latest Odisha News

BREAKING NEWS

ଇରାକ୍-ଆମେରିକା ଉତ୍ତେଜନା: ମହଙ୍ଗା ହେଉଛି ପେଟ୍ରୋଲ୍ ଓ ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଇରାକ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଜାରି ରହିଥିବା ବିବାଦ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଉଛି । ଯାହାଫଳରେ କ୍ରମାଗତ ଭାବେ ୬ଷ୍ଠ ଦିନଲାଗି ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦର ମହଙ୍ଗା ରହିଛି ।

ପେଟ୍ରୋଲ୍ ଦରରେ ଲିଟର ପିଛା ୧୫ ପଇସା ଓ ଡିଜେଲ୍ ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଆଜି ମଧ୍ୟରେ ପେଟ୍ରୋଲ ଦର ୫୫ ପ. ଓ ଡିଜେଲ୍ ୭୨ ପ. ବୃଦ୍ଧି ପାଇଛି।

ଯାହାଫଳରେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୩.୮୩ପ. ଥିବାବେଳେ ଡିଜେଲ୍ ଦର ୭୩ଟଙ୍କା ୬୮ ପ. ରହିଛି । ନୂଆଦିଲ୍ଲୀରେ ପେଟ୍ରୋଲ୍ ଦର ୭୫.୭୪ପ. ଥିବାବେଳେ ଡିଜେଲ୍ ଦର ୬୮.ଟଙ୍କା ୭୯ ପ. ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ୍ ଦର ୮୧.୩୩ପ. ଥିବାବେଳେ ଡିଜେଲ୍ ଦର ୭୨ଟଙ୍କା ୧୪ ପ. ରହିଛି ।

ସୂଚନାଯୋଗ୍ୟ, ଇରାନ ସେନାର କମାଣ୍ଡର କ୍ୱାସିମ୍ ସୁଲେମାନୀଙ୍କୁ ଇରାକର ବାଗଦାଦରେ ଆମେରିକାର କ୍ଷେପଣାସ୍ତ୍ର ମାଡ କରି ମାରିବା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ପାଉଛି । ଯାହାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ପଡିଛି ।

ଆହୁରି ମଧ୍ୟ ତେଲର ଦର ବଢିବା ଯୋଗୁଁ ମଧ୍ୟ ପୂର୍ବରେ ଆମେରିକା-ଇରାନ୍-ଇରାକ୍ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.