Latest Odisha News

ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍ ଓ ୨ଟି ସିଭିଲ୍ କୋର୍ଟ ଉଦଘାଟିତ

କଟକ: ରାଜ୍ୟରେ ଉଦଘାଟିତ ହେଇଛି ୧୫ଟି ଫାଷ୍ଟ ଟ୍ରାକ କୋର୍ଟ । ଭର୍ଚୁଆଲ୍ ମୋଡରେ ଏସବୁ ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର । ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର ଶୁଣାଣି ପାଇଁ ଏହି ସମସ୍ତ କୋର୍ଟ ଉଦ୍ଧିଷ୍ଟ । କଟକ, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡ଼ା ଓ ସମ୍ବଲପୁରରେ ଫାଷ୍ଟ ଟ୍ରାକ୍ ପକ୍ସୋ କୋର୍ଟ କାର୍ୟ୍ୟକ୍ଷମ ହୋଇଛି ।

ଏଥିସହ ଜଗତସିଂହପୁର ଜିଲ୍ଲା ଏରସମାଓ ଗଞ୍ଜାମ ଜିଲ୍ଲା ପୋଲସରାରେ ଦୁଇଟି ସିଭିଲ୍ ଜଜ୍ ଜୁନିୟର ଡିଭିଜନ କୋର୍ଟ ଉଦଘାଟିତ ହୋଇଛି । ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବାରେ ଏହି ଅଦାଲତଗୁଡିକ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ।

Leave A Reply

Your email address will not be published.