Latest Odisha News

BREAKING NEWS

ରାଜ୍ୟର ୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଦୁଇ ମାସ ପରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ କେବଳ କାଟାଗୋରୀ-ଇରେ ଥିବା ୨୦ ଜିଲ୍ଲାରେ ବସ୍ ଗଡ଼ିବ । ପରିବହନ ମନ୍ତ୍ରୀ କହିଛନ୍ତି , ବସ୍ ଚଳାଚଳ ନେଇ ଆଜି ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ବସ୍ ମାଲିକ ସଂଘଗୁଡ଼ିକୁ ଗାଇଡଲାଇନ୍ ଦିଆଯିବ ।

ବସରେ ସିଟିଂ କ୍ଷମତା ଅନୁସାରେ ବସିବେ ଯାତ୍ରୀ । କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବସକୁ ସବୁଦିନ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯିବ । କାଟାଗୋରୀ-ଈ ଜିଲ୍ଲାରେ କୌଣସି ବସ୍ ଚଳାଚଳ କରିବ ନାହିଁ । ଜୁଲାଇ ୧୬ ଯାଏ ଏହି ବର୍ଗରେ ଆସୁଥିବା ଉପକୂଳର ୧୦ ଜିଲ୍ଲାରେ ବସ୍ ସେବା ବନ୍ଦ ରହିବ ।

Leave A Reply

Your email address will not be published.