Latest Odisha News

BREAKING NEWS

କେନ୍ଦୁଝରରେ ପୋଖରୀକୁ ଓଲଟିଲା ଭ୍ୟାନ୍, ୧୫ ଛାତ୍ରଛାତ୍ରୀ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅନ୍ତର୍ଗତ ଜମ୍ବିରା ଗ୍ରାମ ନିକଟରେ ଏକ ସ୍କୁଲ ବସ ଓଲଟିବା ଫଳରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ହାଟଡିହି ଅଞ୍ଚଳରେ ଏକ ଘରୋଇ ସ୍କୁଲର ମିନିବସ୍ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ନିକଟସ୍ଥ ଗ୍ରାମ ନିକଟରେ ଗାଡିଟି ଏକ ପୋଖରୀରେ ଓଲଟି ପଡିଯାଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ଏକ ଜେସିବି ମେସିନ ସହ ପହଞ୍ଚି ମିନି ବସକୁ ପୋଖରୀରୁ ବାହାର କରିଥିଲେ ।

ପରବର୍ତ୍ତୀ ସମୟରେ ପୋଲିସ ସମସ୍ତ ଆହତ ଛାତଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହାଟଡିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଇଛି । ତେବେ ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ଏହାବ୍ୟତିତ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.